IT News Alert:ଚାଲିଛି-ଜିଓମିର-ବାର୍ଥଡ଼େ-ସେଲ-୪-ଟଙ୍କାରେ-ମିଳୁଛି-୪୫-ହଜାର-ଟଙ୍କାର-ଟିଭି

ଚାଲିଛି ଜିଓମିର ବାର୍ଥଡ଼େ ସେଲ, ୪ ଟଙ୍କାରେ ମିଳୁଛି ୪୫ ହଜାର ଟଙ୍କାର ଟିଭି

ItNewsAlert

 ଭାରତରେ ନିଜର ଚତୁର୍ଥ ଜନ୍ମଦିନ ପାଳୁଛି ଜିଓମି(xiomi) ୧୦ ତାରିଖ ଠାରୁ ୧୨ ତାରିଖ ତିନି ଦିନ ଯାଏଁ ଜନ୍ମଦିନ ପାଳନ ପାଇଁ କମ୍ପାନୀ ବହୁତ ବଡ଼ ଅଫର ଘୋଷଣା କରିଛି । ଏମଆଇ-୩ ସ୍ମାର୍ଟ ଫୋନ ଜରିଆରେ ଭାରତକୁ ପ୍ରବେଶ କରିଥିବା ଜିଓମି ଜନ୍ମଦିନ ପାଳନ ଅବସରରେ ସ୍ମାର୍ଟଫୋନ ଠାରୁ ଟିଭି ଯାଏଁ ବିଭିନ୍ନ ଦ୍ରବ୍ୟ ଉପରେ ବଡ଼ ଧରଣର ରିହାତି ଦେଉଛି ।

ଅଫର ପାଇଁ ଗ୍ରାହକଙ୍କୁ mi.comରେ ଯୋଗ ଦେବାକୁ ହେବ । କମ୍ପାନୀ ୫୫ ଇଂଚର ୪୪,୯୯୯ ଟଙ୍କା ମୂଲ୍ୟର ଟିଭିକୁ ଗ୍ରାହକଙ୍କୁ ମାତ୍ର ୪ଟଙ୍କାରେ କିଣିବାର ସୁଯୋଗ ଦେବ । ମି ମକ୍ଟଳର-୨, ମି ବ୍ୟାଣ୍ଡ-୨, ରେଡ଼ମି ନୋଟ୍ ଭଳି ସାମଗ୍ରୀକୁ ଅକଳ୍ପନୀୟ ଶସ୍ତା ଦରରେ ଉପଲବ୍ଧ କରାଉଛି ।

ତୁରନ୍ତ ଡ଼ିସକାଉଣ୍ଟ ଏବଂ କ୍ୟାସବ୍ୟାକ ପାଇଁ ଜିଓମି ଏସବିଆଇ, ପେଟିଏମ ଏବଂ ମୋବିୱିକ୍ ସହିତ ବୁଝାମଣା କରିଛି । ଏସବିଆଇ କାର୍ଡ଼ ଜରିଆରେ ଗ୍ରାହକ ୭୫୦୦ ଟଙ୍କାର ଦ୍ରବ୍ୟ କିଣିଲେ ୫୦୦ ଟଙ୍କାର କ୍ୟାସବ୍ୟାକ ପାଇପାରିବେ । ୧୦ ଠାରୁ ୧୨ ଜୁଲାଇ ପର୍ଯ୍ୟନ୍ତ ତିନି ଦିନ ଧରି ସନ୍ଧ୍ୟା ୪ଟାରେ ଏମଆଇ ଡ଼ଟକମ୍ରେ ଏହି ବିକ୍ରୀ ଆୟୋଜିତ ହେବ । କମ୍ପାନୀ ଠିକ୍ ୪ଟାରେ ନିଜର ରେଡ଼ମି ୱାଇ ୱାନ, ଏମଆଇଏଲଇଡ଼ି ସ୍ମାର୍ଟ ଟିଭି ରେଡ଼ମି ନୋଟ୫ ପ୍ରୋ ଆଦିକୁ ୪ଟଙ୍କା ଦରରେ ବିକ୍ରୀ କରିବ । 

  • Tags

You can share this post!

Leave Comments