IT News Alert:Khabar-Odisha-Special-and-Odisha-News-DetailApple-Hyderabad-facility-tech-giant-expected-to-hire-5000-employees

ଆପଲ କମ୍ପାନୀ ନିଜର ବିକାଶ କେନ୍ଦ୍ରରେ ୫୦୦୦ ଯୁବକ-ଯୁବତୀଙ୍କୁ ଦେବ ନିଯୁକ୍ତି!

 ନୂଆଦିଲ୍ଲୀ, ଅଗଷ୍ଟ ୨୩ (ଖବର ଓଡ଼ିଶା): ଆପଲ କମ୍ପାନୀ ଭାରତର ଯୁବକ-ଯୁବତୀଙ୍କ ପାଇଁ ବମ୍ପର ଅଫର ଆଣିଛି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦସ୍ଥିତ ଆପଲ କାର୍ଯ୍ୟାଳୟରେ ଦେଶର ଯୁବ ବର୍ଗଙ୍କୁ ଏହି ନିଯୁକ୍ତି ମିଳିବ ବୋଲି ଆଶା କରାଯାଉଛି। କମ୍ପାନୀ ନିଜର ବିକାଶ କେନ୍ଦ୍ରରେ ୩୫୦୦ ଯୁବକ-ଯୁବତୀଙ୍କୁ ଏହି ନିଯୁକ୍ତି ଦେଇଛି। ତେଲେଙ୍ଗାନା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ବୁଧବାର ଏହା କହିଛନ୍ତି। ସେ କହିଛନ୍ତି, ଆଶା କରାଯାଉଛି ଯେ, କମ୍ପାନୀ ୫୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେଇପାରେ। 

ତେଲେଙ୍ଗାନାର ମୁଖ୍ୟ ସଚିବ (ଆଇଟି ଓ ଶିଲ୍ପ) ଜୟେଶ ରଞ୍ଜନ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଆପଲ ହାଇଦ୍ରାବାଦ ବିକାଶ କେନ୍ଦ୍ର ପାଇଁ ୩୫୦୦ ଲୋକଙ୍କୁ ନିଯୁକ୍ତି ଦେଇଛି। ଏହି କାର୍ଯ୍ୟାଳୟରେ ଖୁବ ଶୀଘ୍ର କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ହେବ। କୁହାଯାଉଛି ଯେ, ବର୍ତ୍ତମାନ ହାଇଦ୍ରାବଦର କାର୍ୟ୍ୟାଳୟରେ ୨ ହଜାର ଅଧିକ କର୍ମଚାରୀ ଭର୍ତ୍ତି ହେବ। ଅର୍ଥାତ କମ୍ପାନୀ ମୋଟ ଏଠାରେ ୫୦୦୦  ଲୋକଙ୍କୁ ନିଯୁକ୍ତି ଦେବ। 

ନିଯୁକ୍ତି ଦେବା ପାଇଁ କମ୍ପାନୀ ପକ୍ଷରୁ କୌଣସି ସମୟ ସୀମା ନିର୍ଦ୍ଧାରଣ କରି ନାହିଁ। କ୍ୟୁର୍ପିଟନୋ, କାଲିଫର୍ଣ୍ଣିଆର କମ୍ପାନୀ ଗତ ବର୍ଷ ମେ’ ମାସରେ ଏଠାରେ ବିକାଶ କେନ୍ଦ୍ର ପ୍ରତିଷ୍ଠା କରିଥିଲା। ଏହି କେନ୍ଦ୍ରରେ କମ୍ପାନୀ ନିଜର ଉତ୍ପାଦନ - ଆଇଫୋନ୍‌, ଆଇପେଡ, ମ୍ୟାକ ଓ ଆପଲ ଶାଖା ପାଇଁ ମ୍ୟାପ୍ସ ବିକାଶ କରିବ। 

ପ୍ରତିଷ୍ଠା ସମୟରେ କମ୍ପାନୀ କହିଥିଲା, ଏହି କେନ୍ଦ୍ରରେ ପୁଞ୍ଜି ବିନିଯୋଗ କରାଯିବା ପରେ ବିକାଶ ଖୁବ ଶୀଘ୍ର ହେବ। ଏଥିରେ ପାଖାପାଖି ୪୦୦୦ ଲୋକଙ୍କୁ ନିଯୁକ୍ତି ମିଳିବ। 

  • Tags

You can share this post!

Leave Comments