IT News Alert:Khabar-Odisha-Special-and-Odisha-News-DetailAssam-districts-bordering-arunachal-on-flood-alert

ଚୀନରୁ ଆସିବ ଜଳ ପ୍ରଳୟ: ଆସାମ, ଅରୁଣାଚଳ ପ୍ରଦେଶରେ ଆଲର୍ଟ ଜାରି

 ନୂଆଦିଲ୍ଲୀ, ଅକ୍ଟୋବର୨୦(ଖବର ଓଡ଼ିଶା):

 ଚୀନରେ ଭୂସ୍ଖଳନ ଯୋଗୁଁ ୟାର୍ଲଙ୍ଗ ସାଙ୍ଗପୋ ନଦୀର ମୁଖ୍ୟଧାରାର ଜଳପ୍ରବାହ ଅବରୋଧ ହୋଇଛି।  ଏହି କାରଣରୁ ସେଠାରେ ନିର୍ମିତ ଏକ କୃତ୍ରିମ ହ୍ରଦ ଅରୁଣାଚଳ ପ୍ରଦେଶ ଓ ଆସାମ ପାଇଁ ବହୁତ ବଡ଼ ବିପଦ ସୃଷ୍ଟି କରିଛି। ଆସାମ ଓ ଅରୁଣାଚଳ ପ୍ରଦେଶରେ ବନ୍ୟାକୁ ନେଇ ହାଇ ଆଲର୍ଟ ଜାରି କରାଯାଇଛି।  ସମସ୍ତ ଜରୁରୀକାଳୀନ ସେବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ଅବସ୍ଥାର ଗମ୍ଭୀରତାକୁ ଦେଖି ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସନଓ୍ଵାଲଙ୍କ ସହିତ ସମସ୍ତ ସମ୍ଭାବିତ ଉପାୟ ଅଲଲମ୍ବନ କରିବାକୁ କହିଛନ୍ତି।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଧିମଜୀ, ଡିବ୍ରୁଗଢ, ଲକ୍ଷ୍ମୀଫୁର ଓ ତିନସୁକିଆ ଜିଲ୍ଲାରେ ଆଲର୍ଟ  ଜାରି କରାଯାଇଛି। ସୂଚନାଯୋଗ୍ୟ ୟାର୍ଲଙ୍ଗ ସାଙ୍ଗପୋ ନଦୀ ଭାରତର ଅରୁଣାଚଳ ପ୍ରଦେଶରେ ପଶିବା ପରେ ଏବଂ ସିୟାଙ୍ଗ ଓ ଆସାମରେ ପ୍ରବେଶ କରିବା ପରେ ଏହାକୁ ବ୍ରହ୍ମପୁତ୍ର ନଦୀ କୁହଯାଏ। ଏବେ ବନ୍ୟାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ, ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ସମସ୍ତ ସମ୍ବନ୍ଧିତ  ବିଭାଗକୁ ଆଲର୍ଟ କରାଯାଇଛି।

କୋଲକାତାରୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦଳ(ଏନଡିଆରଏଫ)ର ୬ଟି ଦଳ ଆସାମରେ ପହଞ୍ଚିବାକୁ ପ୍ରସ୍ତୁତି କରିଛନ୍ତି। ସେମାନଙ୍କୁ ଆବଶ୍ୟକ ମୁତାବକ ଜିଲ୍ଲାକୁ ପଠାଯିବ। ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ଶୁକ୍ରବାର ରାତିରେ ଆସାମ ମୁଖ୍ୟମନ୍ତ୍ରୀ ସୋନଓ୍ଵାଲଙ୍କ ସହ ଆଲୋଚନା କରିଥିଲେ। ସୁଷମା ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ପ୍ରକାର ସମ୍ଭାବିତ ପଦକ୍ଷେପ ନେବାକୁ ଅପିଲ କରିଛନ୍ତି। ଚୀନ ପକ୍ଷରୁ ମଧ୍ୟ ନଦୀର ଜଳ ପ୍ରବାହ ସମ୍ବନ୍ଧିତ ଭାରତକୁ ଦିଆଯାଉଛି।

ଉଲ୍ଲେଖଯୋଗ୍ୟ ବୁଧବାର ତିବ୍ବତର ମିଲିନ କାଉଣ୍ଟିର ଏକ ଗାଁରେ ଭୂସ୍ଖଳନ ଯୋଗୁଁ ବ୍ରହ୍ମପୁତ୍ର ନଦୀର ଜଳ ପ୍ରବାହ ପ୍ରବାହିତ ହୋଇଛି। ଏହା ପରେ ଚୀନ ଉକ୍ତ ଅଞ୍ଚଳରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହେବା କାରଣରୁ ନଦୀର ଜଳ ପ୍ରବାହ ଅବରୋଧ ହୋଇଥିବା ଭାରତକୁ ସୂଚନା ଦେଇଥିଲା। 

  • Tags

You can share this post!

Leave Comments