IT News Alert:Khabar-Odisha-Special-and-Odisha-News-DetailBJP-will-protest-bjd-meeting

ଆଦିବାସୀଙ୍କ ନିଜର କିଏ ? ବିଜେଡି ସମାବେଶକୁ କାଉଂଟର କରିବ ବିଜେପି, ରାଜଧାନୀ ସମେତ ଜିଲ୍ଲାରେ କରିବ କାର୍ଯ୍ୟକ୍ରମ

 ଭୁବନେଶ୍ୱର, ଅଗଷ୍ଟ ୮ (ଖବର ଓଡିଶା):

ଆଦିବାସୀଙ୍କ ନିଜର କିଏ  । ଏହାକୁ ନେଇ ଆରମ୍ଭ ହୋଇଯାଇଛି ପ୍ରତିଯୋଗୀତା  । ୨୦୧୯ରେ ଆଦିବାସୀଙ୍କ ଭୋଟ ହାତେଇବା ପାଇଁ ରାଜନୈତିକ ଦଳ ଗୁଡିକ ପକ୍ଷରୁ ଆରମ୍ଭ ହୋଇଛି  ପ୍ରୟାସ  । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ବିଜେଡି ପକ୍ଷରୁ ରାଜଧାନୀରେ କରାଯିବ ସମାବେଶ  । ସେପଟେ ବିଜେଡିର ସମାବେଶକୁ କାଉଣ୍ଟର କରିବା ପାଇଁ ବିଜେପିର ପ୍ରସ୍ତୁତି  । ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ ମନୋଭାବ ବିରୋଧରେ ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱର ସମେତ ଜିଲାରେ ମଧ୍ୟ ପ୍ରତିବାଦ କରିବା ପାଇଁ ବିଜେପି ଜନଜାତି ମୋର୍ଚ୍ଚା ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି  । ମୋଟ ଉପରେ ଆଦିବାସୀଙ୍କ ଭୋଟ ହାତେଇବା ପାଇଁ ଏବେ ଦୁଇଦଳ ବିଜେପି ଓ ବିଜେଡି ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇଛି  । ଅନ୍ୟପଟେ ଆଦିବାସୀଙ୍କ ସିପାହୀ କହୁଥିବା କଂଗ୍ରେସ ଦଳ ଏବେ ଚୁପ ହୋଇଥିବା ଏକପ୍ରକାର ପରିଲିକ୍ଷିତ ହେଉଛି  । ଯାହାକୁ ନେଇ ଜୋର ଧରିଛି ରାଜନୈତିକ ପାଣିପାଗ  ।

ରାଜ୍ୟରେ ମୋଟ ୬୨ ଗୋଟି ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଅଧିବାସୀ ବସବାସ କରନ୍ତି  । ଯେଉଁଥିରେ ୧୩ ଗୋଟି ଆଦିମ ଜନଜାତି ରହିଛନ୍ତି । ତେଣୁ ଆସନ୍ତାକାଲି ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ବିଜେଡି ତରଫରୁ ରାଜ୍ୟସ୍ତରୀୟ ଆଦିବାସୀ ପ୍ରତିନିଧି ସମାବେଶ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି  । ୟୁନିଟ-୧ ସ୍ଥିତ ଆଦିବାସୀ ପଡିଆରେ ଦିନ ୧୧ଟାରେ ଏହି ସମାବେଶ ହେବେ  । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦାନ କରିବେ  । ଅନ୍ୟପଟେ ଅଗଷ୍ଚ ୧୩ ତାରିଖରୁ ୯ଟି ଆଦିବାସୀ ବହୁଳ ଜିଲାରେ କାର୍ୟ୍ୟକ୍ରମ କରିବା ପାଇଁ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି  । ମୋଟ ଉପରେ ସରକାର ଗଠନ କରିଥିବା ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ନେଇ ବିଜେଡି ଆଦିବାସୀ କାର୍ଡ ଖେଳିବାକୁ ପ୍ରସ୍ତୁତି ଆରମ୍ଭ କରିଛି  ।

ସେପଟେ ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ କାମକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିବା ପାଇଁ ବିଜେପି ଆରମ୍ଭ କରିଛି ପ୍ରସ୍ତୁତି  । ଆଦିବାସୀ ଅଞ୍ଚଳରେ ସଡକ, ମେଡିକାଲ, ପାନୀୟ ଜଳ ସମସ୍ୟା ଠାରୁ ଆରମ୍ଭ କରି ଗୁରୁପ୍ରିୟା ସେତୁରେ ହୋଇଥିବା ମହାଦୁର୍ନୀତିର ଅଭିଯୋଗ କରି ବିଜେପି ମଧ୍ୟ ଆସନ୍ତାକାଲି ପ୍ରତିବାଦ କରିବ  । ରାଜଧାନୀ ଭୁବନେଶ୍ୱର ସମେତ ସମସ୍ତ ଜିଲାରେ ପ୍ରତିବାଦ କରିବ ବୋଲି ଜଣାପଡିଛି  । ମୋଟ ଉପରେ ନିର୍ବାଚନ ପୂର୍ବରୁ ଏବେ ଆଦିବାସୀଙ୍କ ଭୋଟ ହାତେଇବା ପାଇଁ ଦୁଇଦଳ ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଯାଇଥିବା ରାଜ୍ୟରେ ଦେଖିବାକୁ ମିଳିଛି  ।

  • Tags

You can share this post!

Leave Comments