IT News Alert:Khabar-Odisha-Special-and-Odisha-News-DetailIndia-will-soon-join-the-worlds-top-three-countries-using-broadband-mukesh-ambani

ବ୍ରୋଡବ୍ୟାଣ୍ଡ ବ୍ୟବହାର କରୁଥିବା ବିଶ୍ୱର ୩ ପ୍ରମୁଖ ଦେଶରେ ସାମିଲ ହେବ ଭାରତ: ମୁକେଶ ଅମ୍ବାନୀ

 ନୂଆଦିଲ୍ଲୀ, ଅକ୍ଟୋବର ୨୬ (ଖବର ଓଡ଼ିଶା): ରିଲାୟନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ (ଆରଆଇଏଲ)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଗୁରୁବାର କହିଛନ୍ତି ଜିଓ ଫାଇବର ଆଧାରିତ ବ୍ରୋଡବ୍ୟାଣ୍ଡ ଦେଶର ଫିକ୍ସ ଲାଇନ ବ୍ରୋଡବ୍ରାଣ୍ଡ ସେବାର ବ୍ୟବହାର କରୁଥିବା ବିଶ୍ୱର ଶ୍ରେଷ୍ଠ ୩ ଦେଶରେ ସ୍ଥାନ ପାଇପାରିବ । ବର୍ତ୍ତମାନେ ଭାରତ ଏହି ମାମଲାରେ ୧୩୫ତମ ସ୍ଥାନରେ ରହିଛି । ଅମ୍ବାନୀ କହିଛନ୍ତି, ମୋବାଇଲ ଇଣ୍ଟରନେଟ ବ୍ୟବହାର ମାମଲାରେ ଭାରତ ୨ ବର୍ଷରେ ୧୧୫ତମ ସ୍ଥାନରୁ ପ୍ରଥମ ସ୍ଥାନକୁ ପହଞ୍ଚିଛି । ମୋବାଇଲରେ ଇଣ୍ଟରନେଟ ସୁବିଧା ମାମଲାରେ ଭାରତ ୧ ନମ୍ବର ବନାଇବାକୁ ରିଲାୟନ୍ସ ଇଣ୍ଡଷ୍ଟ୍ରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । 

ଆରଆଇଏଲ ଅଧ୍ୟକ୍ଷ କହିଛନ୍ତି, ୨ଜି/୩ଜିରୁ ୪ଜି ଆସିବା ଏହି ଗତି ସମଗ୍ର ବିଶ୍ୱରେ ସର୍ବାଧିକ ଦ୍ରୁତ ଗତି ରହିଛି । ମୁଁ ଭାବୁଛି ଯେ, ୨୦୨୦ ପର୍ଯ୍ୟନ୍ତ ଭାରତ ସଂପୂର୍ଣ୍ଣ ଭାବରେ ୪ଜି ଦେଶ ରୂପେ ପରିଣତ ହୋଇଯିବ ଏବଂ ପ୍ରତ୍ୟେକ ଉପଭୋକ୍ତା ୪ଜିର ବ୍ୟବହାର କରୁଥିବେ । 

ଅମ୍ବାନୀ କହିଛନ୍ତି, ଭାରତରେ ବିଶ୍ୱର ଇତିହାସର ସବୁଠାରୁ ବଡ ଡିଜିଟାଲ ପରିବର୍ତ୍ତନ ହେବ । ଜିଓ ସମସ୍ତଙ୍କୁ ସବୁ ସ୍ଥାନରେ ଯୋଡିବାକୁ ପ୍ରତିଶ୍ରୁତି ଦେଉଛି । ବର୍ଷ ୨୦୧୬ରେ ବହୁ କମ ଦରରେ ମୋବାଇଲ ଡାଟା ସହିତ ମାଗଣାରେ ଫୋନ କଲ ଏବଂ ଏସଏମଏସ ସୁବିଧା ଦେଇ ଇତିହାସରେ ନୂତନ ପୃଷ୍ଠା ଯୋଡ଼ିଥିଲା । ବର୍ତ୍ତମାନ ମୋବାଇଲ ଡାଟା ବ୍ୟବହାର ମାମଲାରେ ଭାରତ ହେଉଛି ବିଶ୍ୱର ଅନ୍ୟତମ ବଡ଼ ଦେଶ । 

ମୋବାଇଲ ବିଭାଗକୁ ବାଦ ଦେଲେ ଏବେ ଜିଓ ନିଜର ମହତ୍ୱକାଂକ୍ଷୀ ଫାଇବର କେବୁଲ ଲାଇନ ଜରିଆରେ ବ୍ରୋଡବ୍ରାଣ୍ଡ ସେବା ଲାଗୁ କରିବାକୁ କାମ କରୁଛି । ଅମ୍ବାନୀ ଇଣ୍ଡିଆ ମୋବାଇଲ କଂଗ୍ରେସକୁ ସମ୍ବୋଧିତ କରିବା ଅବସରରେ କମ୍ପାନୀର ଆଗାମୀ ଯୋଜନା ସଂପର୍କରେ କହିଛନ୍ତି । 

  • Tags

You can share this post!

Leave Comments