IT News Alert:Khabar-Odisha-Special-and-Odisha-News-DetailSBI-loses-Rs-5555-crore-during-first-six-months

ଠକାମୀ ଯୋଗୁଁ ଭାରତୀୟ ଷ୍ଟେଟ ବ୍ୟାଙ୍କର ୬ ମାସରେ ୫୫୫୫ କୋଟି ଟଙ୍କା କ୍ଷତି

 ଇନ୍ଦୋର, ଅକ୍ଟୋବର ୧୦ (ଖବର ଓଡ଼ିଶା): ଦେଶର ସର୍ବବୃହତ ବ୍ୟାଙ୍କ ‘ଭାରତୀୟ ଷ୍ଟେଟ ବ୍ୟାଙ୍କ’ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଠକାମୀ ଯୋଗୁଁ ୫୫୫୫ କୋଟି ଟଙ୍କା କ୍ଷତି ସହିଛି । ବ୍ୟାଙ୍କ ନିକଟକୁ ୧୩୨୯ ମିଛ ମାମଲା ପହଞ୍ଚିଛି । ମଧ୍ୟପ୍ରଦେଶର ନୀମଚ ନିବାସୀ ସୂଚନା ଅଧିକାରୀ କର୍ମୀ ଚନ୍ଦ୍ରଶେଖର ଗୌଡ଼ ମଙ୍ଗଳବାର କହିଛନ୍ତି, ସୂଚନା ଅଧିକାର ଆଇନ ବଳରେ ଜାଣିବାକୁ ମିଳିଛି ଯେ, ଆର୍ଥିକ ବର୍ଷ ୨୦୧୮-୧୯ର ପ୍ରଥମ ତ୍ରୟମାସିକ (ଏପ୍ରିଲ-ଜୁନ)ରେ ବ୍ୟାଙ୍କରେ ମୋଟ ୭୨୩.୦୬ କୋଟି ଟଙ୍କା କ୍ଷତି ସହିଛି । ବ୍ୟାଙ୍କ ସହିତ ୬୬୯ଟି ମିଛ ମାମଲା ଯୋଗୁଁ ଏହି କ୍ଷତି ହୋଇଥିବା ଜଣାପଡ଼ିଛି । 

ଏସବିଆଇ ପକ୍ଷରୁ ଜାରି ଆର୍ଥିକ ବର୍ଷ ୨ୟ ତ୍ରୟମାସିକ (ଜୁଲାଇ-ସେପ୍ଟେମ୍ବର)ରେ ମୋଟ ୪୮୩୨.୪୨ କୋଟି ବ୍ୟାଙ୍କିଙ୍ଗ କାରବାର କ୍ଷତି ହୋଇଛି । ଗୌଡ଼ ନିଜର ଆରଟିଆଇ ଆବେଦନରେ ଏସବିଆଇକୁ ପଚାରିଛନ୍ତି ଯେ, ଏହି ସମୟ ମଧ୍ୟରେ ବ୍ୟାଙ୍କକୁ କେତେ କ୍ଷତି ହୋଇଛି । ବ୍ୟାଙ୍କ କହିଛି ଯେ, କ୍ଷତି ଆକଳନ ସଂପର୍କରେ କୁହାଯାଇ ପାରିବ ନାହିଁ । 

ସୂଚନା ଅଧିକାର କର୍ମୀ ଭାରତୀୟ ଷ୍ଟେଟ ବ୍ୟାଙ୍କ ଠାରୁ ଜାଣିବାକୁ ଚାହିଁଥିଲେ ଯେ, ଏହି ସମୟ ମଧ୍ୟରେ କେତେଜଣ ଗ୍ରାହକ ଠକାମୀର ଶିକାର ହୋଇଥିଲେ । ଆରଟିଆଇ କର୍ମୀଙ୍କୁ ଏହି ପ୍ରଶ୍ନର ଉତ୍ତର ମିଳି ନାହିଁ । 

  • Tags

You can share this post!

Leave Comments