IT News Alert:Khabar-Odisha-Special-and-Odisha-News-Detailjio-offers-upto-10-gb-free-data-to-its-android-users-here-how-to-check-your-balance

ଜିଓର ଦିପାବଳୀ ଅଫର, ୧୦ଜିବି ଯାଏଁ ମିଳୁଛି ଫ୍ରି ଡାଟା

 ଭୁବନେଶ୍ୱର, ଅକ୍ଟୋବର ୨୯(ଖବର ଓଡିଶା):

ରିଲାଏନ୍ସ ଜିଓ ଗତ କିଛି ଦିନ ତଳେ ଦିପାବଳୀ ଅବସରରେ ଏକ ବର୍ଷର ବୈଧତା ଥିବା ପ୍ଲାନ ଲଂଚ୍ କରିଥିଲା । ଏହା ସହ ଶତ ପ୍ରତିଶତ କ୍ୟାଶବ୍ୟାକ ମିଳିବା ନେଇ ସୂଚନା ଦେଇଥିଲା । ବର୍ତମାନ କମ୍ପାନୀ ନିଜ ଗ୍ରାହକଙ୍କୁ ଫ୍ରି ରେ ୧୦ ଜିବି ପର୍ଯ୍ୟନ୍ତ ୪ଜି ଡାଟା ପ୍ରଦାନ କରୁଛି, କିନ୍ତୁ ଏହି ଫ୍ରି ଡାଟା କେବଳ ଆଣ୍ଡ୍ରୋଏଡ୍ ଫୋନ ୟୁଜରଙ୍କୁ ମିଳୁଛି । ଆସନ୍ତୁ ଜାଣିବା ଏହି ଅଫର ବିଷୟରେ । 

ବିଭିନ୍ନ ରିପୋର୍ଟ ଉପରେ ନଜର ପକାଇଲେ ଆଗାମୀ ୫ଦିନ ପର୍ଯ୍ୟନ୍ତ ଦୈନିକ ୨ଜିବି ଡାଟା ମିଳିବ । ଅନ୍ୟପକ୍ଷେ କିଛି ରିପୋର୍ଟରେ ୩ଜିବି ଡାଟା ମିଳୁଥିବା ଖବର ମିଳିଛି । ଯଦି ଆପଣଙ୍କ ପ୍ଲାନ ୩୧ ଅକ୍ଟୋବରରେ ଶେଷ ହେବାକୁ ଯାଉଛି ତେବେ ଆପଣଙ୍କୁ ଶେଷ ତିନି ଦିନରେ ୩ଜିବି ବା ୨ଜିବି ଡାଟା ମିଳିବ । 

ଅନେକ ଗ୍ରାହକ ଏହି ସୁବିଧାର ଲାଭ ଉଠାଉଛନ୍ତି । ଭିନ୍ନ ଭିନ୍ନ ଗ୍ରାହକଙ୍କୁ ବିଭିନ୍ନ ସର୍କଲରେ ୨ଜିବି ବା ୩ଜିବି ଡାଟା ମିଳୁଛି । ଯଦି ଆପଣ ଜାଣିବାକୁ ଚାହାନ୍ତି ଯେ ଆପଣଙ୍କୁ ଫ୍ରି ଡାଟା ମିଳିଛି ନା ନାହିଁ ତେବେ ଜିଓ ଆପ୍ ଓପନ୍ କରନ୍ତୁ । ଏହା ପରେ ପ୍ଲାନ ସମ୍ବନ୍ଧୀୟ ତଥ୍ୟର ବିକଳ୍ପରେ କ୍ଲିକ କରନ୍ତୁ । ଏହା ପରେ ଆପଣ ଡାଟା ବାବଦରେ ଜାଣିପାରିବେ । 

ସୂଚନାଯୋଗ୍ୟ କି, କମ୍ପାନୀ ଏହି ଫ୍ରି ଡାଟା ନିଜ ଆଡ୍ ଅନ୍ ପ୍ୟାକ୍ ପାଇଁ ପ୍ରଦାନ କରୁଛି । ଏହାର ଅର୍ଥ ହେଉଛି କି ଯଦି ଆପଣଙ୍କ ପ୍ଲାନ ଶେଷ ହୋଇ ଯାଇଛି ତେବେ ଆପଣ ୧୧, ୨୧, ୫୧ ଏବଂ ୧୦୧ ଟଙ୍କାର ପ୍ଲାନ ନେଇ ପାରିବେ । 

  • Tags

You can share this post!

Leave Comments