ଆୟକର ବିଭାଗର ଡାଟା ଜାରି, ୮.୬ ଲକ୍ଷ ଡାକ୍ତରଙ୍କ ମଧ୍ୟରୁ ଅଧା ଜମା କରନ୍ତି ଟ୍ୟାକ୍ସ

ନୂଆଦିଲ୍ଲୀ, ଅକ୍ଟୋବର ୨୩ (ଖବର ଓଡ଼ିଶା): ଠିକ ସମୟ ଭିତରେ ଆୟକର ଜମା କରନ୍ତୁ, ଦେଶର ବିକାଶରେ ଭାଗିଦାରୀ ହୁଅନ୍ତୁ । ଏହି ବାକ୍ୟ ଆପଣ ଅନେକ ଥର ଶୁଣିଥିବେ କିନ୍ତୁ ଏହା କେତେଜଣ ଲୋକ ପାଳନ କରୁଛନ୍ତି, କେବେ ଭାବିଛନ୍ତି କି? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଦେଶରେ ପାଖାପାଖି ୮.୬ ଲକ୍ଷ ଡାକ୍ତରଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତରୁ କମ ଆୟକର ଜମା କରିଥାନ୍ତି ।

କୋର୍ଟ ପାଚେରୀ ଡେଇଁ ଚମ୍ପଟ ମାରିଲା ଦୁର୍ଦ୍ଦାନ୍ତ ମାଓବାଦୀ

ନୂଆପଡା, ସେପ୍ଟେମ୍ବର ୧୭ (ଖବର ଓଡ଼ିଶା): ପୋଲିସର ଦୁର୍ବଳ ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ସୋମବାର ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ କୋର୍ଟ ପାଚେରୀ ଡେଇଁ ଛୁ ମାରିଛି। ଚମ୍ପଟ ମାଓବାଦୀ ମନୋଜ ମାଡକାମୀ ଓ ଘର ଛତିଶଗଡ ବିଳାସପୁରରେ ବୋଲି ଜଣାପଡ଼ିଛି। ମନୋଜ ନାଁରେ ଅନେକ ଅପରାଧିକ ମାମଲା ରହିଥିଲା ବେଳେ ତାକୁ ଧରାଇ ଦେବା ପାଇଁ ୪ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ଥ

ଶିକ୍ଷକ ଥିଲେ, ବ୍ୟବସାୟ ଆରମ୍ଭ କରିଥିଲେ, ଏବେ ତାଙ୍କ ପୁଅ ଗୋଟିଏ ଦିନରେ କମାଇଲେ ୩୫୦୦ କୋଟି ଟଙ୍କା

ଏଭଳି ଏକ ଶିରୋନାମା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି କିମ୍ବା ଅବିଶ୍ୱାସ ମଧ୍ୟ କରିପାରନ୍ତି, କିନ୍ତୁ ଏହା ହିଁ ସତ୍ୟ । ବ୍ୟବସାୟ ଆରମ୍ଭ କରିଥିବା ଜଣେ ଶିକ୍ଷକଙ୍କ ପୁଅ ଏବେ ଗୋଟିଏ ଦିନର ବ୍ୟବସାୟରୁ ୩୫୦୦ କୋଟି ଟଙ୍କା ରୋଜଗାର କରିପାରିଛନ୍ତି । କିମତ ରାୟ ଗୁପ୍ତା ଜଣେ ଶିକ୍ଷକ ଥିଲେ । ଚାକିରୀ ଛାଡ଼ି ଆରମ୍ଭ କରିଥିଲେ ହେଭେଲ୍ସ ନାମକ ଏକ କମ୍ପାନୀ । କମ୍ପ

ଭୋଡାଫୋନ ଧମାକା: ୧୯୯ ଟଙ୍କାରେ ପ୍ରତିଦିନ ମିଳିବ ୨.୮ ଜିବି ଡାଟା

ଭୋଡାଫୋନ ନିଜର ପ୍ରିପେଡ୍ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ନୂତନ ଅଫର ନେଇକି ଆସିଛି। କମ୍ପାନୀ ନିଜର ୧୯୯ ଟଙ୍କିଆ ପ୍ରିପେଡ ପ୍ୟାକକୁ ଅପଗ୍ରେଡ କରିଛି ଏବଂ ଏହି ପ୍ୟାକରେ ଏବେ ଭୋଡାଫୋନ ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଡାଟା ମିଳିବ। ୧୯୯ ଟଙ୍କିଆ ଭୋଡାଫୋନ ପ୍ୟାକରେ ଏବେ ୟୁଜର୍ସଙ୍କୁ ପ୍ରତିଦିନ ୨.୮ ଜିବି ଡାଟା ମିଳିବ। ଟେଲିକମ ଟକର ରିପୋର୍ଟ

ମୁକେଶ ଅମ୍ବାନୀ ହେଲେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି, ପଛରେ ରହିଗଲେ ଆଲିବାବା ପ୍ରତିଷ୍ଠାତା

ରିଲିଆନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ସେ ଆଲିବାବାର ପ୍ରତିଷ୍ଠାତା ଜେକ୍ ମାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ବ୍ଲୁମବର୍ଗ୍ ବିଲିୟନ୍ସର ତାଲିକାନୁସାରେ, ଗତକାଲି ରିଲିଆନ୍ସ୍ ଇଣ୍ଡଷ୍ଟିଜର ମୋଟ୍ ସମ୍ପତି ୪୪.୩ ଆରବ ଡଲାର ରହିଥିବା ବେଳେ ଜାକ୍ ମାଙ୍କ ସମ୍ପତି ଥିଲା ୪୪ ଆରବ

ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ତଲବ କଲେ ସଂସଦୀୟ ସମିତି, ବ୍ୟାଙ୍କ ଦୁର୍ନୀତିକୁ ନେଇ ହେବ ପ୍ରଶ୍ନ

କ୍ରମାଗତ ଘଟୁଥିବା ବ୍ୟାଙ୍କ ଦୁର୍ନୀତିରେ ଦେଶର ଅର୍ଥ ଜଗତ ପ୍ରଭାବିତ ହୋଇଛି। ରାଜନୈତିକ ସ୍ତରରେ ବିରୋଧୀ ଦଳ ସରକାରକୁ ଏହି ପ୍ରସଙ୍ଗରେ କ୍ରମାଗତ ଘେରୁଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଆରମ୍ଭ ହୋଇଥିବା ବ୍ୟାଙ୍କ ଦୁର୍ନୀତିର କାୟା ଏବେ ପ୍ରାୟ ୧୨ଟି ବ୍ୟାଙ୍କକୁ ବ୍ୟାପିଛି। ବିତ୍ତୀୟ ମାମଲା ଉପରେ ସଂସଦର ସ୍ଥାୟୀ ସମିତି ଗତ କିଛି ମାସରେ ଗୋଟିଏ ପରେ ଗେ

ଇଣ୍ଡିଗୋର ସଭାପତି ପଦରୁ ଆଦିତ୍ୟଙ୍କ ଇସ୍ତଫା

ଆଦିତ୍ୟ ଘୋଷ ଇଣ୍ଡିଗୋର ସଭାପତି ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଆଗାମୀ ଜୁଲାଇ ୩୧ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବ । ଦୀର୍ଘ ୧୦ ବର୍ଷ ଧରି ଇଣ୍ଡିଗୋରେ କାମ କଲା ପରେ ଶୁକ୍ରବାର ଆଦିତ୍ୟ ଇସ୍ତଫା ଦେଇଛନ୍ତି । ଅନ୍ୟପକ୍ଷରେ କମ୍ପାନୀର ବ୍ୟବସାୟକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ କରୁଥିବା ଆଦିତ୍ୟଙ୍କ ଇସ୍ତଫା ଶିଳ୍ପ ଜଗତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ