IT News Alert:facebook-grooming-7500-content-reviewers-for-objectionable-posts

ଚେତିଲା ଫେସବୁକ, ଆପତ୍ତିଜନକ ପୋଷ୍ଟ୍ ଉପରେ ଲାଗିବ ଲଗାମ

ItNewsAlert

 ବାରମ୍ବାର ଫେକ୍ ନ୍ୟୁଜ୍ ସମ୍ପର୍କରେ ଖବର ଆସିବା ପରେ ଫେସବୁକ ଏହାକୁ ରୋକିବା ପାଇଁ ତତ୍ପରତା ପ୍ରକାଶ କରିଛି । କମ୍ ବୟସ ତଥା ଦକ୍ଷିଣପନ୍ଥୀ ଚିନ୍ତାଧାର ଥିବା ୟୁଜରଙ୍କ ସୁରକ୍ଷାକୁ ଫୋକସ କରିଛି କମ୍ପାନୀ ।  ୭୫୦୦ କଂଟେଂଟ୍ ସମୀକ୍ଷକଙ୍କୁ ପ୍ରସ୍ତୁତ କରୁଥିବା କମ୍ପାନୀ କହିଛି । ଯେଉଁମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ହିଂସା, ଘୃଣା ତଥା ଆତଙ୍କବାଦ ଉପରେ ଆଧାରିତ ପୋଷ୍ଟକୁ ସମୀକ୍ଷା କରିବେ । 

ଏହି କର୍ମଚାରୀଙ୍କ ମଧ୍ୟରେ ଫୁଲ ଟାଇମ ଏବଂ ଜଣାଶୁଣା ବ୍ୟକ୍ତିଙ୍କୁ ସାମିଲ କରାଯିବ  । ଫେସବୁକର ପାର୍ଟନର କମ୍ପାନୀ କର୍ମଚାରୀଙ୍କୁ ଏହି ସମୀକ୍ଷା କାର୍ଯ୍ୟକ୍ରମରେ କମ୍ପାନୀ ତରଫରୁ ଯୋଡାଯିବ ବୋଲି କୁହାଯାଇଛି । ୫୦ଟି ଭାଷାରେ ଏହି କାର୍ଯ୍ୟକ୍ରମ ଚାଲିବ । 

ଫେସବୁକ ଉପ ସଭାପତି ଏଲେନ ସିଲଭର ଏକ ବ୍ଲଗରେ କହିଛନ୍ତି କି, ଏତେ ମାତ୍ରାରେ ପୂର୍ବରୁ କେବେ ପୋଷ୍ଟର ସମୀକ୍ଷା କରାଯାଇ ନାହିଁ  । ଏହା ପୂର୍ବରୁ ଏପରି ପ୍ଲାଟଫର୍ମ ନଥିଲା, ଯେଉଁଥିରେ ଭିନ୍ନ ଭିନ୍ନ ଭାଷାରେ ବିଭିନ୍ନ ଦେଶର ଲୋକ ନିଜ ନିଜ ମଧ୍ୟରେ କଥାବାର୍ତା କରୁଛନ୍ତି । ଏହାକୁ କମ୍ପାନୀ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିବା ସେ କହିଛନ୍ତି । 

ସିଲଭର ଆହୁରି ମଧ୍ୟ କହିଛନ୍ତି କି, ଭାଷାର ଦକ୍ଷତା ହେଉଛି ମହତ୍ୱପୂର୍ଣ୍ଣ । ୨୪ ଘଂଟା ଧରି ବିଭିନ୍ନ ପୋଷ୍ଟକୁ ସମୀକ୍ଷା କରାଯିବ  । ଯଦି କମ୍ପାନୀକୁ କୌଣସି ୟୁଜର ତାଙ୍କ ପୋଷ୍ଟକୁ ୨୪ ଘଂଟା ମଧ୍ୟରେ ସମୀକ୍ଷା କରୁ ନଥିବା ଅଭିଯୋଗ କରନ୍ତି ତେବେ ତାଙ୍କୁ ସ୍ୱତନ୍ତ୍ର ସେବା ଯୋଗାଇ ଦିଆଯିବ । ଯାହା କମ୍ପାନୀ ପ୍ରତି ୟୁଜରଙ୍କ ବିଶ୍ୱାସ ବୃଦ୍ଧି କରିବାରେ ସକ୍ଷମ ହେବ ।  

You can share this post!

Leave Comments