IT News Alert:facebook-mobile-recharge

ଫେସବୁକର ନୂଆ ଫିଚର: ଏଣିକି କରିହେବ ମୋବାଇଲ ରିଚାର୍ଜ

ItNewsAlert:

 ସୋସିଆଲ ମିଡିଆ ଫେସବୁକରେ ଏଣିକି କରିହେବ ମୋବାଇଲ ଫୋନ ରିଚାର୍ଜ । କେବଳ ବ୍ୟକ୍ତି ବିଶେଷଙ୍କ ସହ କଥାବାର୍ତା ନୁହେଁ ଆପଣ ଫେସବୁକକୁ ୱାନ୍ ଷ୍ଟପ ସପ ଭାବେ ବ୍ୟବହାର କରିପାରିବେ । ଏହାକୁ ନଜରରେ ରଖି ଫେସବୁକ ଅନ୍ୟ ଇ-କମର୍ସ କମ୍ପାନୀ ଭଳି କାରବାର ଆରମ୍ଭ କରିଦେଇଛି । 

ଫେସବୁକର ଆପରେ ଆପଣଙ୍କୁ ମୋବାଇଲ ରିଚାର୍ଜର ଅପସନ ମିଳିବ । ଏହା ବର୍ତମାନ କେବଳ ଆଣ୍ଡ୍ରଏଡ୍ ଭର୍ସନରେ ଉପଲବ୍ଧ ହେବ । ଯେଉଁ ବ୍ୟବହାରକାରୀ ମାନେ ପୁରୁଣା ଆପ୍ ବ୍ୟବହାର କରୁଛନ୍ତି ସେମାନେ ପ୍ଲେ-ଷ୍ଟୋରକୁ ଯାଇ ନୂଆ ଆପ୍ ଆପଡେଟ କରିବା ସହ ଏହି ସେବାର ଲାଭ ଉଠାଇ ପାରିବେ । ଫେସବୁକ ପୂର୍ବରୁ ହ୍ୱାଟସଆପ ମଧ୍ୟ ଏହି ସୁବିଧା ଯୋଗାଇ ସାରିଛି । ସମସ୍ତ ନେଣ ଦେଣ ପ୍ରକ୍ରିୟା ୟୁପିଆଇ ମାଧ୍ୟମରେ ହେବ ବୋଲି ଜଣାପଡିଛି । 

ଫେସବୁକ ଆପରେ ରିଚାର୍ଜ ସେବାର ଲାଭ ଉଠାଇବା ପାଇଁ ପ୍ରଥମେ ଆପଣ ଆପକୁ ଅପଡେଟ କରନ୍ତୁ । ଅପଡେଟ କରିବା ପରେ ନୋଟିଫିକେସନ ଆଇକନ ଜାଗାରେ ଆପଣ ବର୍ଗରର ଆଇକନ ଦେଖିବେ । ଏହାକୁ କ୍ଲିକ୍ କରିବା ପରେ ଆପଣଙ୍କୁ ରିଚାର୍ଜ ଅପସନ୍ ଦେଖାଯିବ । 

ତୃତୀୟ ସୋପାନରେ ଆପଣଙ୍କୁ ନିଜର ପ୍ଲାନ ସିଲେକ୍ଟ କରିବା ପାଇଁ ପଡିବ । ପରେ ଆପଣ କିଭଳି ଭାବେ ପେମେଂଟ କରିବାକୁ ଚାହୁଁଛନ୍ତି ତାହା ମଧ୍ୟ ପ୍ରଦର୍ଶିତ ହେବ । ସେଠାରେ ଆପଣଙ୍କୁ ମୋବାଇଲ ନମ୍ବର ଲେଖିବା ପାଇଁ ସୁଯୋଗ ମିଳିବ । ମୋବାଇଲ ଅପରେଟର ଫେସବୁକ ନିଜେ ନିର୍ଧାରିତ କରିପାରିବ । ଆପଣ ମାନୁଆଲ ଭାବେ ମଧ୍ୟ ନିଜ ମୋବାଇଲ ଅପରେଟରକୁ ବାଛିପାରିବେ । 

ମୋବାଇଲ ଅପରେଟର ସିଲେକ୍ଟ ହେବା ପରେ ଆପଣଙ୍କୁ ରିଚାର୍ଜର ମୂଲ୍ୟ ବାଛିବା ପାଇଁ ପଡିବ । ଯଦି ଆପଣ ପ୍ଲାନ ସମ୍ବନ୍ଧରେ ତଥ୍ୟ ଜାଣିବାକୁ ଚାହୁଁଛନ୍ତି ତେବେ ଫେସବୁକ ତରଫରୁ ତହା ମଧ୍ୟ ଗ୍ରାହକଙ୍କୁ ଜଣାଇ ଦିଆଯିବ । 

ଶେଷ ସୋପାନରେ ଆପଣଙ୍କୁ ରିଭ୍ୟୁ ଅପସନକୁ ସିଲେକ୍ଟ କରିବାକୁ ପଡିବ । ସେଠାରେ ଆପଣ ନିଜର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ତଥ୍ୟ ଦେବେ । ନିଶ୍ଚିତ କରି ସାରିବା ପରେ ଆପଣଙ୍କ ମୋବାଇଲ ନମ୍ବର ରିଚାର୍ଜ ହୋଇଯିବ । 

ଏହି ନୂଆ ଫିଚର ଏହି ସମୟରେ ସାମ୍ନାକୁ ଆସିଛି ଯେଉଁ ସମୟରେ ଫେସବୁକ ଡାଟା ଲିକ୍ ହେବା ନେଇ ଅଭିଯୋଗ ଆସିଛି । ଅନେକ ବ୍ୟବହାରକାରୀ ଫେସବୁକର ଏହି ଫିଚରକୁ ଡାଟା ଚୋରି କରିବାର ଏକ ମାଧ୍ୟମ ବୋଲି କହିବା ଆରମ୍ଭ କରିଦେଲେଣି ।

  • Tags

You can share this post!

Leave Comments