IT News Alert:facebook-new-feature-of-story-voice-sms-storage

ଫେସବୁକର ନୂଆ ଫିଚର୍, ଷ୍ଟୋରୀ ସହ ଦେଇପାରିବେ ଭଏସ୍ ମେସେଜ୍

ItNewsAlert:

 ଫେସବୁକ ଭାରତୀୟ ବଜାରରେ ତିନୋଟି ନୂଆ ପିଚର୍ ଲଂଚ୍ କରିଛି । ଏଥିରେ ଭଏସ୍ ପୋଷ୍ଟ୍ ମଧ୍ୟ ସାମିଲ୍ ଅଛି । ଏହା ବ୍ୟତୀତ ନୂଆ ଫିଚରରେ ୟୁଜରମାନେ ନିଜ ଷ୍ଟୋରେଜକୁ ସେଭ୍ କରିପାରିବେ ଏବଂ ପୂରୁଣା ଷ୍ଟରେଜକୁ ଡ୍ରାଫ୍ଟରେ ମଧ୍ୟ ରଖିପାରିବେ । ଏହି ନୂଆ ଫିଚର୍ ଷ୍ଟୋରେଜ୍ ଫିଚର ପାଇଁ ଲଂଚ୍ ହୋଇଛି । 

ଭାରତୀୟ ୟୁଜରମାନଙ୍କ ଲିମିଟେଡ୍ ଷ୍ଟୋରେଜ ସମସ୍ୟାକୁ ଦେଖି ଫେସବୁକ୍ ଏହି ଫିଚରକୁ ଆଡ୍ କରିଛି । ଯେଉଁଥିରେ ବ୍ୟବହାରକାରୀ ଫଟୋ ଏବଂ ଭିଡିଓକୁ କ୍ଲାଉଡ୍ ସ୍ପେସରେ ରଖି ପରେ ଡାଉନଲୋଡ୍ କରିପାରିବେ । ଏହାସହ ୟୁଜର୍ ଫଟୋ କ୍ଲିକ୍ କରି କିମ୍ବା ଭିଡିଓ କରି ଫେସବୁକରେ ସେଭ୍ କରିପାରିବେ । ସେଭ୍ ହେବା ପରେ ୟୁଜର୍ ନିଜ ଇଚ୍ଛାନୁସାରେ ଯେତେବେଳେ ଚାହିଁବେ ସେତେବେଳେ ସେୟାର କରିପାରିବେ । ଏହାଦ୍ୱାରା ୟୁଜରଙ୍କୁ ତୁରନ୍ତ ଫଟୋ ଏଡିଟ୍ କରି ସେୟାର କରିବାକୁ ପଡିବ ନାହିଁ । 

ଭଏସ୍ ଫୋଷ୍ଟ୍ ଫିଚରରେ ବର୍ତମାନ ୟୁଜର ନିଜ ଷ୍ଟୋରୀ ସହ ଅଡିଓ ଆଡ୍ କରିପାରିବେ । ପୋଷ୍ଟ୍ କରିବା ପୂର୍ବରୁ ଆପଣଙ୍କୁ ଏକ ଅପସନ୍ ଦେଖାଯିବ, ଯେଉଁଥିରେ ଅଡିଓ ପୋଷ୍ଟ୍ ପାଇଁ ଆପଣଙ୍କୁ ସୂଚନା ଦିଆଯିବ । 

ବର୍ତମାନ ଫଟୋ ସେଭ୍ ଏବଂ ଭିଡିଓ ଫିଚର୍ କେବଳ ଆଇଓଏସ୍ ପାଇଁ ଜାରି କରାଯାଇଛି । ପରବର୍ତୀ ପର୍ୟ୍ୟାୟରେ ଏହା ଆଣ୍ଡ୍ରୋଏଡ୍ ପାଇଁ ଜାରି କରାଯିବ । ଏହି ଫିଚର୍ ଫେସବୁକ୍ ଲାଇଟ୍ ଆପରେ ଉପଲବ୍ଧ ହେବ । ପରେ ଏହାକୁ ଆଣ୍ଡ୍ରୋଏଡ୍ ୟୁଜରଙ୍କ ପାଇଁ ଜାରି କରାଯିବ । 

You can share this post!

Leave Comments