IT News Alert:get-mi-new-phone-free

ମାଗଣାରେ ପାଆନ୍ତୁ ଏମଆଇର ଏହି ନୂଆ ଫୋନ୍

ItNewsAlert:

 ସାଓମି ନିଜ ଗ୍ରାହକଙ୍କ ପାଇଁ ନୂଆ ନୂଆ ଅଫର ଲଂଚ କରିବାର ଅନେକ ନଜିର୍ ରହିଛି । ଏହା ମଧ୍ୟରେ ବର୍ତମାନ କମ୍ପାନୀ ସବୁଠାରୁ ପପୁଲାର ସ୍ମାର୍ଟଫୋନ୍ ରେଡମି ନୋଟ୍ ୫ ପ୍ରୋକୁ ମାଗଣାରେ ପାଇବା ପାଇଁ ଗ୍ରାହକଙ୍କୁ ସୁଯୋଗ ଦେଇଛି । ଏଥିପାଇଁ କମ୍ପନୀ ତରଫରୁ ଏକ କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି । ଏହି ସମ୍ବନ୍ଧରେ ସୂଚନା ଦେଇଛନ୍ତି ସାଓମି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ମନୁ କୁମାର ଜୈନ ।

ଏହି କ୍ୟାମ୍ପେନର ନାମ ଫ୍ୟୁଚର୍ ଲିଭସ୍ ହିଇର୍ ରଖାଯାଇଛି । ଏହା ସହ ରେଡମି ନୋଟ୍୫ ପ୍ରୋକୁ ପାଇବା ପାଇଁ ଗ୍ରାହକଙ୍କୁ ଏକ ସରଳ ପ୍ରଶ୍ନର ଉତର ଦେବାପାଇଁ ପଡିବା ସହ ଏମଆଇ ହୋମର ଫେସବୁକ ଏବଂ ଇଂଷ୍ଟାଗ୍ରାମ ପେଜକୁ ଫଲ୍ଲୋ ମଧ୍ୟ କରିବାକୁ ପଡିବ । 

କମ୍ପାନୀ ଗ୍ରାହକଙ୍କ ପାଇଁ ପ୍ରଶ୍ନ ରଖିଛି କି, ଗ୍ରାହକ ମାନେ ଏମଆଇର କେଉଁ ଉତ୍ପାଦକୁ ଘରକୁ ନେବା ପାଇଁ ଚାହାନ୍ତି ଏବଂ କାହିଁକି । ପ୍ରଶ୍ନର ଉତର ଦେବା ପରେ ଆପଣଙ୍କୁ ଫେସବୁକରେ କମ୍ପାନୀର ପେଜକୁ ଲାଇକ କରିବା ପାଇଁ ପଡିବ ଏବଂ ପୋଷ୍ଟକୁ ମଧ୍ୟ ସେୟାର କରିବାକୁ ପଡିବ । ଏହାସହ ଇଂଷ୍ଟାଗ୍ରାମରେ ମଧ୍ୟ ପେଜ୍ ସର୍ଚ୍ଚ କରି ଫଲ୍ଲୋ କରିବାକୁ ପଡିବ । ବିଭିନ୍ନ ପୋଷ୍ଟକୁ ଆପଣଙ୍କ ବନ୍ଧୁମାନଙ୍କୁ ଟ୍ୟାଗ୍ କରିବାକୁ ହେବ ।

ଏହି ସମସ୍ତ ସୋପାନ ପରେ ସବୁଠାରୁ ଭିନ୍ନ ଉତର ଦେଇଥିବା ବ୍ୟକ୍ତିଙ୍କୁ ବିଜେତା ଘୋଷଣା କରାଯିବ ଏବଂ ରେଡମି ନୋଟ୍୫ ପ୍ରୋର ଏକ ମୋବାଇଲ ଉପହାର ଦିଆଯିବ । 

  • Tags

You can share this post!

Leave Comments