IT News Alert:google-harvesting-millions-of-android-users-data-oracle-claims

ଫେସବୁକ ପରେ ଗୁଗୁଲ୍ : ଆଣ୍ଡ୍ରୋଏଡ୍ ୟୁଜରଙ୍କ ତଥ୍ୟ ଓ ଲୋକେସନ ଚୋରି କରୁଥିବା ଅଭିଯୋଗ

ItNewsAlert:

 କେମ୍ବ୍ରିଜ୍ ଆନାଲିଟିକା ଦ୍ୱାରା ଫେସବୁକ ଡାଟା ଲିକ୍ ଘଟଣା ଧିରେ ଧିରେ ଥଣ୍ଡା ହେବାକୁ ବସିଥିବା ବେଳେ ଏହି ସମୟରେ ଗୁଗୁଲ ବିରୋଧରେ ଆଣ୍ଡ୍ରୋଏଡ୍ ୟୁଜରଙ୍କ ଡାଟା ଚୋରି ନେଇ ସମାନ ଅଭିଯୋଗ ଆସିଛି । ଅଷ୍ଟ୍ରେଲିଆରେ ୧୦ ଲକ୍ଷ ୟୁଜରଙ୍କ ଡାଟା ଚୋରି କରିଥିବା ସହ ସେମାନଙ୍କୁ ଟ୍ରାକ୍ କରାଯାଇଛି ବୋଲି ଗୁଗୁଲ ବିରୋଧରେ ଅଭିଯୋଗ ଆସିଛି । 

ସଫ୍ଟଓୟାର୍ କମ୍ପାନୀ ଓରେକଲର ଏକ ଅଧିକାରୀ ଦାବି କରିଛନ୍ତି କି, ଗୁଗୁଲ ପ୍ରତିମାସରେ ପାଖାପାଖି ୧ଜିବିର ଡାଟା ବିନିଯୋଗ କରି ବିଭିନ୍ନ ତଥ୍ୟ ବିଜ୍ଞାପନଦାତାଙ୍କ ନିକଟକୁ ପଠାଉଛି । ଏହି ଡାଟା ସହାଯ୍ୟରେ ଆଣ୍ଡ୍ରୋଏଡ୍ ମୋବାଇଲ ବ୍ୟବହାରକାରୀମାନଙ୍କୁ ଫୋନରେ ବିଭିନ୍ନ ବିଜ୍ଞାପନ ଦେଖାଯାଉଛି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଉପଭୋକ୍ତା ଆୟୋଗ ଏହାର ତଦନ୍ତ କରିବ ବୋଲି କହିଛି । 

ଓରକେଲ୍ ଗୁଗୁଲ ବିରୋଧରେ ଫୋନରେ ସିମକାର୍ଡ୍ ଏବଂ ଲୋକେସନ ଅନ୍ ନଥିବା ସତ୍ୱେ ୟୁଜରଙ୍କୁ ଟ୍ରାକ୍ କରୁଥିବା ଅଭିଯୋଗ ଆଣିଛି । ଏହା ବ୍ୟତିତ ଆଣ୍ଡ୍ରୋଏଡ୍ ମୋବାଇଲର ଆଇପି ଆଡ୍ରେସ୍, ମୋବାଇଲ ଟାୱାର, ୱାଇଫାଇ ମାଧ୍ୟମରେ ବ୍ୟବହାରକାରୀଙ୍କ ଗତିବିଧିକୁ ଟ୍ରାକ୍ କରୁଛି ଗୁଗୁଲ୍ । କମ୍ପାନୀ ନିଜର ଏକ ପ୍ରେଜେଂଟେସନରେ କହିଛି କି, ଗୁଗୁଲ ଆଣ୍ଡ୍ରୋଏଡ୍ ଡିଭାଇସର ବେରୋମିଟର ମାଧ୍ୟମରେ ୟୁଜରଙ୍କ ଲୋକେସନ୍ ଟ୍ରାକ୍ କରୁଛି । 

ଅପରପକ୍ଷେ ଗୁଗୁଲ ଏହି ଅଭିଯୋଗକୁ ମିଛ ବୋଲି କହିଛି । ଏହାସହ ସବୁ କ୍ଷେତ୍ରରେ ୟୁଜରଙ୍କ ଅନୁମତି ନିଆଯାଏ ବୋଲି କହିଛି ଏହି ସର୍ଚ୍ଚ ଇଞ୍ଜିନ୍ । ଯାହା ବ୍ୟବହାରକାରୀଙ୍କ ପ୍ରାଇଭେସୀ ପଲିସିର ଅଂଶ ବିଶେଷ । ଗୁଗଲର କହିବାନୁସାରେ ସେ ବ୍ୟବହାରକାରୀଙ୍କ ଅନୁମତି ନେଇ ବ୍ୟକ୍ତଗତ ତଥ୍ୟ , ଡିଭାଇସର ତଥ୍ୟ ଏବଂ ଲଗ୍ ଇନର ତଥ୍ୟ ନେଇଥାଏ । ଯାହା ସମ୍ପୂର୍ଣ୍ଣ ଭାବେ ଆଇନ ପରିସରର ଅନ୍ତର୍ଭୁକ୍ତ । 

You can share this post!

Leave Comments