IT News Alert:jio-airtel-faced-off

ଏୟାରଟେଲ ବିରୋଧରେ ଜାତୀୟ ସୁରକ୍ଷାକୁ ନେଇ ଅଭିଯୋଗ କଲା ଜିଓ

ItNewsAlert:

 ରିଲାଏନ୍ସ ଜିଓ ଭାରତୀ ଏୟାରଟେଲ ବିରୋଧରେ ଦୂରସଂଚାର ବିଭାଗ ନିକଟରେ ଅଭିଯୋଗ କରିଛି । ଜିଓ କହିଛି କି ଏୟାରଟେଲ୍ ‘ଆପଲ ସିରିଜ ୩’ ଉପରେ ଇ-ସିମ ସେବା ଆରମ୍ଭ କରିଛି ଯାହା ଲାଇସେନ୍ସ ନିୟମର ଖୋଲାଖୋଲି ଉଲଙ୍ଘନ । ଜିଓ ଏୟାରଟେଲର ଏହି ସେବାକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି କରିଛି । ଅନ୍ୟପକ୍ଷରେ ଏୟାରଟେଲ ଜିଓର ଏହି ଅଭିଯୋଗକୁ ଖାରଜ କରିବା ସହ ଏଥିରେ କିଛି ସତ୍ୟତା ନାହିଁ ବୋଲି କହିଛି । 

ଦୂରସଂଚାର ବିଭାଗକୁ ଲେଖିଥିବା ଚିଠିରେ ଜିଓ କହିଛି କି, ଆପଲ୍ ସିରିଜ୍ ସେବାକୁ ଆରମ୍ଭ କରି ଏୟାରଟେଲ୍ ୟୁନିଫାଏଡ୍ ଲାଇସେନ୍ସ ସର୍ତର ଉଲଙ୍ଘନ କରିଛି । ଉଭୟ ଏୟାରଟେଲ୍ ଏବଂ ଜିଓ ମେ ୧୧ରେ ଆପଲ୍ ଲଂଚ୍ ସିରିଜକୁ ଆରମ୍ଭ କରିଥିଲେ । 

ଏହି ଅଭିଯୋଗକୁ ନେଇ ଭରତୀ ଏୟାରଟେଲର ପ୍ରବକ୍ତା ଏହାକୁ ଏକ ମିଛ ଘଟଣା ବୋଲି କହିଛନ୍ତି । ଜିଓ ମୋବାଇଲ୍ କ୍ଷେତ୍ରରେ ଏକଚାଟିଆ ଭାବେ ରହିବାକୁ ବିଭିନ୍ନ କମ୍ପାନୀ ବିରୋଧରେ ମିଛ ଅଭିଯୋଗ କରୁଛି ଏବଂ ତାଙ୍କ କମ୍ପାନୀ ଆଇନକୁ ସମ୍ମାନ ଦିଏ ବୋଲି ଏୟାରଟେଲ୍ ପ୍ରବକ୍ତା କହିଛନ୍ତି  ।

ମେ ୧୧ରେ ଲେଖିଥିବା ଚିଠିରେ ଜିଓ ଅଭିଯୋଗ କରିଛି କି, ଇ-ସିମ୍ ସେବା ପାଇଁ ଭାରତରେ ଏୟାରଟେଲ୍ କୌଣସି ନୋଡ୍ ସ୍ଥାପନ କରିନାହିଁ । ଫଳରେ ସର୍ଭର ବିଦେଶରେ ଲଗାଯିବା ଦ୍ୱାରା ବ୍ୟବହାରକାରୀଙ୍କ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି ବୋଲି କହିଛି ଜିଓ । 

ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ କମ୍ପାନୀର କହିବାନୁସାରେ ଏୟାରଟେଲ ବେଆଇନ୍ ଭାବେ ଏପରି କାମ କରିଛି । ଏହି ସେବା ଆରମ୍ଭ ହେବା ଦ୍ୱାରା ଜାତୀୟ ସୁରକ୍ଷାରେ ହାନି ପହଂଚିବ ବୋଲି ଜିଓ କହିଛି ।

  • Tags

You can share this post!

Leave Comments