IT News Alert:mi-may-stop-5-mobile-production

ସାଓମୀ ବିରୋଧରେ ଅଭିଯୋଗ, ବନ୍ଦ ହୋଇପାରେ ଏହି ୫ଟି ଏମଆଇ ଫୋନ୍

ItNewsAlert:

 ଚାଇନିଜ୍ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ସାଓମୀ ଭାରତୀୟ ମୋବାଇଲ ବଜାରରେ ପ୍ରଥମ ଥର ପାଇଁ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ମୋବାଇଲ୍ କମ୍ପାନୀ ଗ୍ରାହକଙ୍କୁ ସୁହାଇଲା ଭଳି ଦରରେ ଭଲ ସ୍ମାର୍ଟଫୋନ୍ ବିକ୍ରି କରିଥାଏ ।  ଏହାର ଅଧିକାଂଶ ଭଲ ସ୍ମାର୍ଟଫୋନର ମୂଲ୍ୟ ୨୦ହଜାର ଟଙ୍କା ମଧ୍ୟରେ ରହିଛି । ଏହା ମଧ୍ୟରେ ସାଓମୀ ବା ଏମଆଇ କମ୍ପାନୀ ଉପରେ ପ୍ୟାଟେଂଟ୍ ଚୋରିର ଆରୋପ ଲାଗିଛି । ଯାହାଫଳରେ କମ୍ପାନୀ ପକ୍ଷରୁ ବଜାରରେ ବହୁଳ ଭାବେ ବିକ୍ରି ହେଉଥିବା ୫ଟି ସ୍ମାର୍ଟଫୋନର ଉତ୍ପାଦନ ବନ୍ଦ ହୋଇପାରେ ବୋଲି ଶୁଣିବାକୁ ମିଳୁଛି । 

ପ୍ରଥମେ ଆପଣଙ୍କୁ କହି ରଖୁଛୁ ଯେ, ସାଓମୀ ଉପରେ ପ୍ୟାଟେଂଟ୍ ଚୋରିର ଆରୋପ ଲାଗିଛି ଏବଂ ଏନେଇ ଅଭିଯୋଗ କରିଛି ଚୀନର ଆଉ ଏକ ମୋବାଇଲ୍ କମ୍ପାନୀ କୁଲପ୍ୟାଡ୍ । ଏହା ସହ କୁଲପ୍ୟାଡ୍ ଅଭିଯୋଗ କରିଛି କି ସାଓମୀକୁ ଏମଆଇ ମିକ୍ସ ୨ର ପ୍ରଡକ୍ଟସନ୍ ଅତିଶୀଘ୍ର ବନ୍ଦ କରିବା ଉଚିତ୍ । 

କୁଲପ୍ୟାଡ୍ ନିଜେ ଅଭିଯୋଗ କରିଛି କି, ସାଓମୀ ମଲ୍ଟି କୋର୍ଟ ଡିଜାଇନ ଆରମ୍ଭ କରିଛି ଯାହା କୁଲପ୍ୟାଡର ସମ୍ପୂର୍ଣ୍ଣ ଭାବେ ନକଲ୍ । ଏହା ସହ ଟେକ୍ନୋଲୋଜି କପିରାଇଟର ଉଲଙ୍ଘନ ବୋଲି କହିଛି କୁଲପ୍ୟାଡ୍ କମ୍ପାନୀ । ଯେଉଁ ସବୁ ସ୍ମାର୍ଟଫୋନ୍ ବନ୍ଦ କରିବା ପାଇଁ କମ୍ପାନୀ ଅଭିଯୋଗ କରିଛି ସେଗୁଡିକ ମଧ୍ୟରେ ରେଡମି ନୋଟ୍ ୪ ଏକ୍ସ, ଏମଆଇ ୬, ଏମଆଇ ମେକ୍ସ ୨, ଏମଆଇ ନୋଟ୍ ୩ ଏବଂ ଏମଆଇ ୫ ଏକ୍ସ ସାମିଲ୍ ଅଛି । 

ବର୍ତମାନ ସାଓମୀ ବିରୋଧରେ ଏହି ମାମଲା କୁଲପ୍ୟାଡ୍ ସିଧାସଳଖ ଭାବେ ନ କରି ନିଜର ପାର୍ଟନର କମ୍ପାନୀ ୟୁଲୋଗ୍ କମ୍ପ୍ୟୁଟର ଟେକ୍ନୋଲୋଜି ମାଧ୍ୟମରେ କରିଛି ।  ଯେଉଁ ସବୁ ପ୍ୟାଟେଂଟ୍ ଚୋରି ହୋଇଥିବା ନେଇ ସାଓମୀ ବିରୋଧରେ ଅଭିଯୋଗ ହୋଇଛି, ସେଥିରେ ସିମ୍ କାର୍ଡ ସ୍ଲଟ୍ ବ୍ୟତିତ ଆପ୍ ଆଇକନ୍, ନୋଟିଫିକେସନ୍ ଏବଂ ସିଷ୍ଟମ ୟୁଜର ଇଂଟରଫେସ୍ ଆଦି ଫିଚର୍ ରହିଛି ।

You can share this post!

Leave Comments