IT News Alert:nokia-x-will-be-launch-soon

ଲଂଚ୍ ହେବ ନୋକିଆ ଏକ୍ସ, ରହିଛି ୧୦ଜିବି ରାମ୍

ItNewsAlert:

 ଏଚଏମଡି ଗ୍ଲୋବାଲ ବହୁତ ଶୀଘ୍ର ଏକ ନୂଆ ସ୍ମାର୍ଟଫୋନ ଲଂଚ କରିବା ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଏହି ସ୍ମାର୍ଟଫୋନ ନୋକିଆ- ୧୦ ହେବା ନେଇ ସୂଚନା ମିଳିଛି । ଏହା ଦେଖିବାକୁ ଆଇଫୋନ ୧୦ ଭଳି ହୋଇଥିବା  ଶୁଣିବାକୁ ମିଳୁଛି । ନୋକିଆ ପ୍ରଥମ କମ୍ପାନୀ ନୁହେଁ ଯିଏ ଆଇଫୋନର ନକଲ କରୁଛି । ଆଗରୁ ଏପରି ଅନେକ ସ୍ମାର୍ଟଫୋନ ନିର୍ମାତା ଆଇଫୋନ ମଡେଲର ଫୋନ ନିର୍ମାଣ କରିଛନ୍ତି। 

ଚୀନର ବିଭିନ୍ନ ସୋସିଆଲ ମିଡିଆ ୱେବସାଇଟରେ ନୋକିଆ ସ୍ମାର୍ଟଫୋନ ତିଆରି କରୁଥିବା ଫିନଲାଣ୍ଡର ଏହି କମ୍ପାନୀ ମେ ମାସ ୧୬ ତାରିଖରେ ନୂଆ ମୋବାଇଲର ବଜାର ପ୍ରବେଶ କରିବ ବୋଲି ସୂଚନା ଦେଇଛି। ଏହି ସ୍ମାର୍ଟଫୋନରେ ବେଜଲ ଲେସ୍ ଡିସପ୍ଲେ ରହିବ । ଏହା କମ୍ପାନୀର ପ୍ରଥମ ସ୍ମାର୍ଟଫୋନ ଯେଉଁଥିରେ ବେଜଲ ଲେସ୍ ଡିସପ୍ଲେ ଅର୍ଥାତ ଏଜ୍ ଟୁ ଏଜ୍ ଡିସପ୍ଲେ ରହିଛି । ଏହି ଫୋନର ଏକ ଫଟୋ ମଧ୍ୟ ଲିକ୍ ହୋଇଛି ଯେଉଁଥିରେ ନୋକିଆ ଲେଖାଯାଇଛି । 

ସୂଚନାଯୋଗ୍ୟ କି ଏହି ସ୍ମାର୍ଟଫୋନକୁ କିଛି ଦିନ ପୂର୍ବରୁ ନୋକିଆ ଏକ୍ସ ୬ ନାମରେ ଲଂଚ କରାଯାଇଥାନ୍ତା । କିନ୍ତୁ ଏପରି କିଛି ହୋଇ ନଥିଲା । ପ୍ରଥମରୁ ହିଁ ଏହାର ବୈଶିଷ୍ଟ୍ୟ ଲିକ୍ ହୋଇଥିଲା ଯାହା ମଧ୍ୟରେ ଫୋନଟି ୫.୮ ଇଂଚର ଫୁଲ ଡିସପ୍ଲେ ହେବା ସହ ୧୨ ମେଗାପିକ୍ସଲର କ୍ୟାମେରା ଥିବା ନେଇ ଚର୍ଚ୍ଚା ହୋଇଥିଲା । ନୂଆ ଲଂଚ ହେବାକୁ ଥିବା ନୋକିଆ ୧୦ରେ ୬୩୬ ସ୍ମେନଗନ ପ୍ରୋସେସର ଦିଆଯାଇଛି । ଏହା ସହ ଏଥିରେ ପୃଥକ ଭାବେ ୬ ଏବଂ ୪ ଜିବି ରାମ୍ ମଧ୍ୟ ରହିଛି ।

  • Tags

You can share this post!

Leave Comments