IT News Alert:patanjali-launched-kimbho-messenging-app-to-counter-whatsapp

ହ୍ୱାଟସଆପକୁ ଟକ୍କର ଦେବା ପାଇଁ ଆସିଲା ପତଞ୍ଜଳି କିମ୍ଭୋ

ItNewsAlert:

 ଯୋଗଗୁରୁ ବାବ ରାମଦେବ ଟେଲିକମ୍ ଏବଂ ସୋସିଆଲ୍ ମିଡିଆ ସେକ୍ଟରରେ ଧମାଲ ମଚାଇବା ପାଇଁ ମନ ବଳାଇଛନ୍ତି । ବାବାଙ୍କ କମ୍ପାନୀ ପତଞ୍ଜଳି ମଙ୍ଗଳବାର ବିଏସଏନଏଲ ସହ ମିଶି ସିମ୍ କାର୍ଡ୍ ଲଂଚ୍ କରିଥିଲା । ପରେ ପତଞ୍ଜଳି କମ୍ୟୁନିକେସନ ବର୍ତମାନ ମେସେଜିଂ ଆପ୍ କିମ୍ଭୋ ଲଂଚ୍ କରିଛି । 

ପତଞ୍ଜଳି କିମ୍ଭୋ ସିଧାସଳଖ ଭାବେ ହ୍ୱାଟସଆପ ସହ ଟକ୍କର ଦେବ ବୋଲି କମ୍ପାନୀ କହିଛି । ବର୍ତମାନ କିମ୍ଭୋ ଆପକୁ ନେଇ ରାମଦେବ ଗଣମାଧ୍ୟମକୁ କିଛି କହି ନ ଥିବା ବେଳେ ଏହି ଆପ୍ ଗୁଗୁଲ ପ୍ଲେ- ଷ୍ଟୋରରୁ ଫ୍ରି ରେ ଡାଉନଲୋଡ୍ କରାଯାଇ ପାରିବ । ଏହି ଆପକୁ ଆଜି ହିଁ ଅପଡେଟ୍ କରାଯାଇଛି । 

ଗୁଗୁଲ ପ୍ଲେ-ଷ୍ଟୋରରେ କିମ୍ଭୋ ଆପକୁ ଉନ୍ନତି କରିବା ପାଇଁ ପତଞ୍ଜଳି ଆୟୁରବେଦ ଲିମିଟେଡ୍ , ଡିପାର୍ଟମେଂଟ୍ ଇ-କମର୍ସ, ଡି-୨୮କୁ ଦାୟିତ୍ୱ ଦିଆଯାଇଛି । ଏହା ବ୍ୟତିତ ଏହି ଆପକୁ ଲଂଚ୍ କରିଛି ପତଞ୍ଜଳି କମ୍ୟୁନିକେସନ୍ । 

କିମ୍ଭୋ ଆପ୍ଲିକେସନର ଫିଚର୍ସ ସହ ହ୍ୱାଟସଆପର ଅନେକ ଫିଚର୍ସ ସମାନ ରହିଛି । ଏହି ଆପରେ ବ୍ୟବହାରକାରୀ ଭିଡିଓ କଲର ସୁବିଧା ପାଇବେ । ଇଂଷ୍ଟାଂଟ ମେସେଜିଂ, ଲୋକେସନ ସେୟାର, ଫଟୋ, ଭିଡିଓ ସେଣ୍ଡିଂ ର ସୁବିଧା ମଧ୍ୟ ୟୁଜରଙ୍କୁ ମିଳିବ । ଏହି ଆପର ବ୍ୟବହାର ସମୟରେ କୌଣସି ଆଡ୍ ଆସିବ ନାହିଁ ବୋଲି କମ୍ପାନୀ ଦାବି କରିଛି । 

You can share this post!

Leave Comments