IT News Alert:reliance-jio-users-now-get-2gb-data-daily-under-the-new-jio-digital-pack

ରିଲାଏନ୍ସ ଜିଓର ନୂତନ ଜିଓ ଡିଜିଟାଲ ପ୍ୟାକ୍, ପ୍ରତିଦିନ ମିଳିବ ୨ଜିବି ଡାଟା

ItNewsAlert

 ରିଲାଏନ୍ସ ଜିଓ ୨୦୧୬ରେ ଭାରତୀୟ ଟେଲିକମ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିଥିଲା। ନିଜର ବହୁତ ଶସ୍ତା ପ୍ଲାନ ଜରିଆରେ ଜିଓ ଟେଲିକମ ସେକ୍ଟରେ ଧମାଲ ମଚାଇ ଚାଲିଲା। ଜିଓର ଆଗମନ ପରେ ଟେଲିକମ କମ୍ପାନୀ ମଧ୍ୟରେ  ପ୍ରାଇସ ଓ୍ଵାର ଆରମ୍ଭ ହୋଇ ଯାଇଛି। 

ଜିଓ ଏବେ ନୂତନ ପ୍ଲାନ ଗ୍ରାହକଙ୍କ ପାଇଁ ନେଇ ଆସିଛି। ନୂତନ ପ୍ଲାନ ଅନୁସାରେ ଏହା ପୂର୍ବରୁ କରାଯାଇଥିବା ରିଚାର୍ଜ ପ୍ଲାନରେ ଆଉ ଏକ ଟପ୍ ପ୍ଲାନ ରୂପେ ମିଳିବ। ଏହାର ଅର୍ଥ ଜିଓ ପ୍ରିପେଡ୍ ୟୁଜର୍ସଙ୍କୁ ପ୍ରତିଦିନ ଅତିରିକ୍ତ ୨ ଜିବି ଡାଟା ମିଳିବ। ମାତ୍ର ଜିଓର ଏହି ଅଫରରେ କିଛି ପେଞ୍ଚ ରହିଛି। ଏହି ନୂତନ ଅଫରଟି ମାଇଁ ଜିଓ ଆପରେ ଜୁଲାଇ ୩୦ ପର୍ୟ୍ୟନ୍ତ ବୈଧତା ରହିଛି ଏବଂ ଏହା ବଛା ବଛା ଜିଓ ସବସ୍କ୍ରାଇବର୍ସଙ୍କ ପାଇଁ ଉପଲବ୍ଧ ରହିବ। 

ଯେଉଁ ପ୍ରିପେଡ୍ ଗ୍ରାହକଙ୍କ ନମ୍ବରରେ ପୂର୍ବରୁ କୌଣସି ରିଚାର୍ଜ ପ୍ୟାକ୍ ରହିଛି ସେମାନେ ଏହି ଅଫରର ଫାଇଦା ନେଇ ପାରିବେ।  ଏହି ଅଫରକୁ ଆକ୍ଟିଭେଟ୍ କରିବା ପରେ ୟୁଜର୍ସଙ୍କୁ  ନିଜର ବର୍ତ୍ତମାନ ପ୍ଲାନରେ ମିଳୁଥିବା ଡାଟା ବ୍ୟତୀତ ୨ଜିବିର ୪ଜି ଡାଟା ମଧ୍ୟ ପ୍ରତ୍ୟେକ ଦିନ ମିଳିବ। 

You can share this post!

Leave Comments