IT News Alert:samsung-galaxy-j-6-offer-990-flipcart

ମାତ୍ର ୯୯୦ ଟଙ୍କାରେ ଘରକୁ ଆଣନ୍ତୁ ସାମସଙ୍ଗ୍ ଗାଲେକ୍ସି ଜେ୬, ଫ୍ଲିପକାର୍ଟ୍ ଦେଉଛି ଅଫର

ItNewsAlert:

 ସାମସଙ୍ଗ ନିକଟରେ ଭାରତରେ ଗାଲେକ୍ସି ସିରିଜର ଜେ୬, ଜେ୮, ଏ୬ ଏବଂ ଏ୬ପ୍ଲସ୍ ସ୍ମାର୍ଟଫୋନ୍ ଲଂଚ୍ କରିଛି । ଏହା ମଧ୍ୟରୁ ଗାଲେକ୍ସି ଜେ୬ ସ୍ମାର୍ଟଫୋନ୍ ଗ୍ରାହକଙ୍କ ଦ୍ୱାରା ବେଶି ଆଦୃତ ଲାଭ କରିପାରିଛି । ଯାହାର ଦାମ୍ ରହିଛି ୧୩,୯୯୦ ଟଙ୍କା । ଏହି ସ୍ମାର୍ଟଫୋନକୁ ବିକ୍ରି କରିବା ପାଇଁ ଫ୍ଲିପକାର୍ଟ୍ ଗ୍ରାହକଙ୍କୁ ନୂଆ ଅଫର ଦେଇଛି । ଯେଉଁଥିରେ ଗ୍ରାହକ ମାତ୍ର ୯୯୦ଟଙ୍କାରେ ଏହି ଫୋନକୁ କିଣିପାରିବେ ।

୯୯୦  ଟଙ୍କାରେ ଏହି ସ୍ମାର୍ଟଫୋନକୁ କିଣିବା ପାଇଁ ହେଲେ ଆପଣଙ୍କୁ ଆପଣଙ୍କ ପୁରୁଣା ସ୍ମାର୍ଟଫୋନକୁ ଏକ୍ସଚେଞ୍ଜ୍ କରିବାକୁ ପଡିବ । ଫ୍ଲିପକାର୍ଟ୍ ଏହି ସ୍ମାର୍ଟଫୋନ୍ ଉପରେ ଏକ୍ସଚେଞ୍ଜ୍ ଅଫରରେ ୧୩୦୦୦ ଟଙ୍କାର ରିହାତି ଦେଉଛି । କିନ୍ତୁ ଆପଣ କେତେ ଟଙ୍କା ରିହାତି ପାଇବେ ଏହା ଆପଣଙ୍କ ପୁରୁଣା ଫୋନ୍ ଉପରେ ନିର୍ଭର କରିବ । କାରଣ ଅନେକ ସ୍ମାର୍ଟଫୋନର ଦାମ୍ କମ୍ ରହିଥାଏ । 

ଯଦି ଆପଣ ୧୩୦୦୦ ଟଙ୍କାର ଡିସକାଉଂଟ୍ ପାଇବାରେ ସଫଳ ହେଉଛନ୍ତି ତେବେ ଆପଣଙ୍କୁ ଗାଲେକ୍ସି ଜେ୬ ମାତ୍ର ୯୯୦ ଟଙ୍କାରେ ମିଳିବ । ଏହା ବ୍ୟତିତ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ଦ୍ୱାରା ସପିଂ କଲେ ଆପଣଙ୍କୁ ୧୫୦୦ ଟଙ୍କାର ରିହାତି ମିଳିବ । 

ସାମସଙ୍ଗ ଗାଲେକ୍ସି ମୋବାଇଲ୍ ବ୍ୟବହାରକାରୀଙ୍କ ମଧ୍ୟରେ ଆଦୃତ ହୋଇପାରିଛି କାରଣ ଏଥିରେ ଆଣ୍ଡ୍ରୋଏଡ୍ ୮.୦ ଭର୍ସନ୍ ଇଂଷ୍ଟଲ୍ ଅଛି । ୫.୬ ଇଂଚ୍ ଏଚଡି ଡିସପ୍ଲେ ସହ ୪ଜିବିର ରାମ୍ ରହିଛି ଏହି ଫୋନରେ । ଏହାର ଇଂଟରନାଲ ମେମୋରୀ ମଧ୍ୟ ୬୪ ଜିବି ରହିଥିବା ବେଳେ ରିଅର କ୍ୟାମେରା ୧୩ ଏବଂ ବ୍ୟାକ୍ କ୍ୟାମେରା ୮ ମେଗାପିକ୍ସଲ୍ ରହିଛି । 

You can share this post!

Leave Comments